ଲଗାତର ତୃତୀୟ ଦିନରେ ୧ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯

ଭୁବନେଶ୍ୱର – ରାଜ୍ୟରେ ଲଗାତର ତୃତୀୟ ଦିନରେ ଦୈନିକ କୋରୋନା ସଂକ୍ରମଣ ୧ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୯୩ ନୂଆ ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରେ ୧୩୮ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ସଙ୍ଗରୋଧରୁ ୫୭୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯, କଟକ ଜିଲ୍ଲାରୁ ୯୫, ଯାଜପୁରରୁ ୬୦, ଜଗତସିଂହପୁରରୁ ୫୧, ମୟୂରଭଞ୍ଜରୁ ୪୨, ଢେଙ୍କାନାଳରୁ ୩୨, ବାଲେଶ୍ୱରରୁ ୩୦, ପୁରୀରୁ ୨୫, ଅନୁଗୁଳରୁ ୧୮, ନୟାଗଡରୁ ୧୬, କେନ୍ଦ୍ରାପଡାରୁ ୧୫, ବଲାଙ୍ଗୀରରୁ ୧୩, ଭଦ୍ରକରୁ ୧୨, ସମ୍ବଲପୁରରୁ ୧୧, ବରଗଡରୁ ୧୦, କେନ୍ଦୁଝରରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୁନ୍ଦରଗଡ ଜିଲ୍ଲାରୁ ୮, କନ୍ଧମାଳରୁ ୭, ସୁବର୍ଣ୍ଣପୁରରୁ ୫, ଗଞ୍ଜାମରୁ ୫, ଦେବଗଡରୁ ୪, ରାୟଗଡାରୁ ୩, ଝାରସୁଗୁଡାରୁ ୨, ଗଜପତିରୁ ୧,ମାଲକାନଗିରିରୁ ୧, କୋରାପୁଟରୁ ୧, କଳାହାଣ୍ଡିରୁ ୧, ନବରଙ୍ଗପୁରରୁ ୧, ନୂଆପଡାରୁ ୧, ବୌଦ୍ଧରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କୋଭିଡ ପଜିଟିଭଙ୍କ ମୋଟ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬କୁ ବୃଦ୍ଧି ପାଇଥିବା ବେଳେ ୯ ଲକ୍ଷ ୮୦ ହଜାର ୪୭୧ ସୁସ୍ଥ ହୋଇଛନ୍ତି । ୯ ହଜାର ୫୩୬ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.