ଚଣ୍ଡିଗଡ଼ ଯାଇ ପ୍ରକାଶ ସିଂହ ବାଦଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଚଣ୍ଡିଗଡ଼ରେ ପହଞ୍ଚି ପଞ୍ଜାବର ଦିବଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ପ୍ରକାଶ ସିଂହ ବାଦଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ବାଦଲଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶିରୋମଣି ଅକାଳୀ ଦଳ କାର୍ଯ୍ୟାଳୟ ଯାଇଥିଲେ।
ପଞ୍ଜାବର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ୯୫ ବର୍ଷୀୟ ପ୍ରକାଶ ସିଂହ ବାଦଲଙ୍କ ମଙ୍ଗଳବାର ସନ୍ଧ୍ୟା ୮ଟାରେ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଥିଲା ।

ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ଏପ୍ରିଲ ୧୬ରେ ପ୍ରକାଶ ସିଂହ ବାଦଲଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସାତ ଦଶନ୍ଧି ଧରି ପଞ୍ଜାବର ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଥିବା ପ୍ରକାଶ ସିଂହ ବାଦଲଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ପାର୍ଟି କାର୍ଯ୍ୟାଳୟରେ ରଖାଯାଇଛି। ଆସନ୍ତାକାଲି ବାଦଲଙ୍କ ଅନ୍ତିମ ସଂସ୍କାର ହେବ ।

ବାଦଲଙ୍କ ମୃତ୍ୟୁକୁ ‘ବ୍ୟକ୍ତିଗତ କ୍ଷତି’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Comments are closed.