ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ୧୦୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ୧ ହଜାର ୪୧ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୨୮ ୧୮ ବର୍ଷରୁ କମ୍ ବୟସ୍କ । ସଙ୍ଗରୋଧରୁ ୬୦୫ ଏବଂ ସ୍ଥାନୀୟ ସଂକ୍ରମଣରୁ ୪୩୬ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮ ଏବଂ କଟକରୁ ୧୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୫୬, ଜଗତସିଂହପୁରରୁ ୪୩, କେନ୍ଦ୍ରାପଡାରୁ ୩୭, ମୟୂରଭଞ୍ଜରୁ ୩୬, ପୁରୀରୁ ୩୪, ଅନୁଗୁଳରୁ ୨୯, ବାଲେଶ୍ୱରରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରୁ ୧୫, ଢେଙ୍କାନାଳରୁ ୧୫, ନୟାଗଡରୁ ୧୩, ସୁନ୍ଦରଗଡରୁ ୧୩, କେନ୍ଦୁଝରରୁ ୧୨, ସମ୍ବଲପୁରରୁ ୯, ବରଗଡରୁ ୭, ଦେବଗଡରୁ ୭, ଗଞ୍ଜାମରୁ ୫, ରାୟଗଡାରୁ ୫, କଳାହାଣ୍ଡିରୁ ୪, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, କନ୍ଧମାଳରୁ ୨, ବଲାଙ୍ଗିରରୁ ୨, କୋରାପୁଟରୁ ୨, ବୌଦ୍ଧରୁ ୧, ଗଜପତିରୁ ୧, ଝାରସୁଗୁଡାରୁ ୧, ନୂଆପଡାରୁ ୧ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୧ ହଜାର ୩୧୬ । ୯ ହଜାର ୬୬୪ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.