ରବି ଧାନ ସଂଗ୍ରହର ସମୀକ୍ଷା କଲେ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ

ବରଗଡ଼: ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଆଜି ବରଗଡ଼ ଗସ୍ତରେ ରବି ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକରେ ସମୀକ୍ଷା କରିଥିଲେ।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପ୍ରସ୍ତାବ ଗୁଡିକ ଅବଗତ କରାଇଥିଲେ। ଚଳିତ ରବି ଋତୁର ଧାନ ସଂଗ୍ରହ ପାଇଁ ୮୧ ହଜାର ସାତଶହ ଚାଷୀ ପଞ୍ଜିକରଣ କରିଥିବା ବେଳେ ୬୨ ସମବାୟ ସମିତି ଓ ୩୨ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଧାନ କିଣାଯିବାକୁ ସ୍ଥିର ହୋଇଥିବା କହିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ୍ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ସିଇଓ ଆଦିତ୍ୟ କୁମାର ଗୋୟଲ, ବରଗଡ଼ ଉପ ଜିଲ୍ଲାପାଳ ଲଲାଟ ଲୁହା, ପଦ୍ମପୁର ଉପ ଜିଲ୍ଲାପାଳ ସଦାକର କୁମ୍ଭାର ଓ ସମବାୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.