ବଡ଼ବିଲରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଆଜି ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ଭୋଳା ସିହ୍ନା। ସକାଳ ୯ଟାରେ ଭୋଳା ସିହ୍ନା ସ୍କୁଟିରେ ୬ ନମ୍ବର ୱାର୍ଡର ପୁରୁଣା ଏଲ୍‌ଆଇସି କଲୋନୀ ନିକଟସ୍ଥ ଘରକୁ ଫେରୁଥିବା ବେଳେ ମନି ଟାୱାର ନିକଟରେ ତାଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା।

ଗୁଳି ଖାଇ ଭୋଳା ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୋଳାଙ୍କୁ କିଏ ଓ କାହିଁକି ଗୁଳି କରି ହତ୍ୟା କଲା, ତାହା ଜଣାପଡ଼ିନି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଭୋଳା ସିହ୍ନା ସହରର ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ। ବ୍ୟବସାୟିକ ଶତୃତା ପାଇଁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

Comments are closed.