ସମ୍ବଲପୁର: ଆନ୍ତର୍ଜାତୀୟ ରେଡକ୍ରସ ଦିବସ ଅବସରରେ ରକ୍ତଦାନ ଶିବିର

ସମ୍ବଲପୁର: ଆନ୍ତର୍ଜାତୀୟ ରେଡକ୍ରସ ଦିବସ ଅବସରରେ ଜିଲ୍ଲା ରେଡକ୍ରସ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ସମ୍ବଲପୁର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ପ୍ରାୟ ତିରିଶ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ରକ୍ତଦାନ ପରିଶେଷରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ମୁଖ୍ୟ ଅତିଥି ଏଡିଏମ୍ ଅଜାମ୍ବର ମହାନ୍ତି, ଜିଲ୍ଲା ରେଡକ୍ରସ ସମ୍ପାଦକ ଜୟ ଜର୍ଜ, ଚେୟାରମେନ ନିଳାଦ୍ରୀ ପଣ୍ଡା, ପ୍ରମିଳା ବେହେରା ଉପସ୍ଥିତ ଥିଲେ। ସମ୍ପାଦକ ଜୟ ଜର୍ଜ ଆନ୍ତର୍ଜାତିକ ରେଡକ୍ରସ ଦିବସ ଉପଲକ୍ଷେ ଆଲୋକପାତ କରିଥିଲେ। ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ବଲପୁର, ବୁଢ଼ାରଜା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ବଲପୁର,ଜେ.ପି.ହାଇସ୍କୁଲ ସିନ୍ଦୁରପଙ୍କ ର ଜେ.ଆର.ସି ଏବଂ ଜେ.ଆର.ସି କାଉନସେଲର ପଙ୍କଜିନୀ ନାୟକ,ସତ୍ୟରଞ୍ଜନ ପଣ୍ଡା, ଭୀମସେନ ପ୍ରଧାନ,ଜେ.ଆର.ସି.ଓ ବିଶ୍ଵାମିତ୍ର ଦୀପ,ଆଇ.ପି.ଇ.ଜଗବନ୍ଧୁ ବେହେରା ତଥା ଅନ୍ୟାନ୍ୟ ସେବା ସଂସ୍ଥା ର କର୍ମକର୍ତ୍ତା ମାନେ ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଜୁନିୟର୍ସ ଏବଂ କାଉନସେଲରମାନେ ରେଡକ୍ରସ ପ୍ରାର୍ଥନା, ଉଦବୋଧନୀ , ସ୍ଲୋଗାନ , ରେଡକ୍ରସ ତାଳି ଦେଇ କାର୍ଯ୍ୟକ୍ରମ କୁ ମୁଖରିତ କରିଥିଲେ। ଦେଶ ତଥା ଜନ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଶପଥ ପାଠ କରିଥିଲେ। ପଙ୍କଜିନୀ ନାୟକ ପୁରୁଣା ଲୁଗା ସଂଗ୍ରହ କରି ରେଡକ୍ରସ କାର୍ଯ୍ୟାଳୟ ରେ ଅର୍ପଣ କରିଥିଲେ। ସମସ୍ତ ରକ୍ତଦାତାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

Comments are closed.