ପୁଣି ଅସହ୍ୟ ତାତି : ୧୪ଟି ସହରର ତାପମାତ୍ରା ୪୦ ଛୁଇଁଲା, ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର – କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ତାତି । ଆଜି ଅଧିକାଂଶ ଅଞ୍ଚଳରେ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ଅସହ୍ୟ ଗରମ ସାଙ୍ଗକୁ ଗୁଳଗୁଳି ଅନୁଭୂତ ହୋଇଛି। ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରେକର୍ଡ କରାଯାଇଛି । ୪୨ ଡିଗ୍ରୀ ସହ ବୌଦ୍ଧ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡା ଓ ସମ୍ବଲପୁରରେ ୪୧.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ରାଉରକେଲାରେ ୪୧.୪, ଅନୁଗୁଳରେ ୪୧ .୧ , ସୁନ୍ଦରଗଡରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତାଳଚେରରେ ୪୦.୮,

କଟକରେ ୩୯.୫ ଏବଂ ଭୁବନେଶ୍ୱର ୩୮.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

ଉପକୂଳ ଓ ମଧ୍ୟ ଓଡ଼ିଶାରେ ଅଧିକ ଗୁଳଗୁଳି ଅନୁଭୂତ ହେଉଛି । ଆସନ୍ତା ତିନିରୁ ଚାରିଦିନ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.