ଆମ ଶରୀର ଚର୍ଚ୍ଚା: ଯୋଗ 

ହୃଦରୋଗ ( Heart Disease ) : ମନୁଷ୍ୟ ଶରୀର ର ହୃତପିଣ୍ଡ ଯଦି କୌଣସି କାରଣ ରୁ ରୋଗଗ୍ରସ୍ତ ହୁଏ, ତେବେ ହୃଦ ରୋଗ ଆକ୍ରମଣ କରେ। ହୃଦ ଧମନୀ ( Coronary artery ) ରେ ରକ୍ତ ପ୍ରବାହ ବାଧା ଏହାର ମୁଖ୍ୟ କାରଣ। ଧମନୀ କଠିନତା ପ୍ରାପ୍ତ ହେଲେ ରକ୍ତ ପ୍ରବାହ ବା ସଞ୍ଚାଳନ ରେ ବାଧା ଆସିଥାଏ। E.C.G, E.C.O ଏବଂ X. Ray ଦ୍ୱାରା ଏହିରୋଗ ଚିନ୍ହଟ ହୋଇଥାଏ। ମଧ୍ୟ ବୟସ୍କ ଓ ପୌଢ଼ ବ୍ୟକ୍ତି ମାନଙ୍କ ଠାରେ ଏହି ରୋଗ ଦେଖା ଯାଇଥାଏ।

ହୃଦରୋଗ ସାଧାରଣ ତ ତିନି ପ୍ରକାର ର ହୋଇଥାଏ : ଯଥା ୧) ଉଚ୍ଚ ରକ୍ତଚାପ ଜନିତ ହୃଦରୋଗ ( Hypertensive Heart Disease ), ୨) ଗଣ୍ଠିବାତ ଜନିତ ହୃଦ ରୋଗ ( Rheumatic Heart Disease ), 3) ହୃତପିଣ୍ଡ କୁ ରକ୍ତପ୍ରବାହ ଜନିତ ହୃଦରୋଗ ( Isehimic Heart Disease ) ।

ହୃଦରୋଗ ( Heart Disease )ର କାରଣ : ୧) ଧୂମପାନ କରିବା, ୨) ଚର୍ବି ଜାତୀୟ ଖାଦ୍ୟ ଖାଇବା, ୩) ମାଦକ ଦ୍ରବ୍ୟ ସେବନ କରିବା, ୪) ରକ୍ତ ସଞ୍ଚଳନ ରେ ବାଧା, ୫) ମଧୁମେହ ( Diabetis ) ରୋଗ ଥିଲେ ।

ଅନେକ ସମୟରେ ଏହି ରୋଗ ଜନ୍ମଗତ କାରଣ ରୁ ମାତୃ ଗର୍ଭରୁ ସୃଷ୍ଟି ହୋଇଥାଏ। ମାଆ ଯଦି ବାରମ୍ବାର ଗର୍ଭନଷ୍ଟ ବଟିକା ପାନ କରିଥାନ୍ତି ଏବଂ ବାରମ୍ବାର ଗର୍ଭ ନିରୂପଣ ପାଇଁ X. Ray କରିଥାନ୍ତି ତେବେ ତାଙ୍କ ଗର୍ଭରୁ ଜନ୍ମିତ ଶିଶୁ ହୃଦରୋଗର ଶିକାର ହୋଇଥାନ୍ତି।
( କ୍ରମଶଃ )

Comments are closed.