ସ୍ପଷ୍ଟ କଲା କଂଗ୍ରେସ, ପଞ୍ଜାବ ବିଧାନସଭା ନିର୍ବାଚନରେ ଅମରିନ୍ଦର ସିଂ ନେବେ ନେତୃତ୍ବ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ଅସନ୍ତୋଷ ମଧ୍ୟରେ ରାଜ୍ୟ ପ୍ରଭାରୀ ହରିଶ ରାୱତଙ୍କ ଏକ ବଡ଼ ବୟାନ ଆସିଛି। ​​କ୍ୟାପଟେନ ଅମରିନ୍ଦରଙ୍କ ନେତୃତ୍ୱରେ କଂଗ୍ରେସ ୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ରାଓ୍ବତ କହିଛନ୍ତି । ନିକଟରେ ଅମରିନ୍ଦରଙ୍କ ବିରୋଧ ସତ୍ତ୍ଵେ ନବଜୋତ୍ ସିଂ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସର ସଭାପତି ନିଯୁକ୍ତ କରିଥିଲା ଦଳ । ଏହାପରେ ଆଗାମୀ ବିଧାନସଭା ନିର୍ବାଚନରେ ଅମରିନ୍ଦରଙ୍କ ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ରାଓ୍ବତ ଏହି ପ୍ରସଙ୍ଗରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ।

ରାୱତ କହିଛନ୍ତି, କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଆମେ ୨୦୨୨ ପଞ୍ଜାବ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବୁ। ଏହା ସହିତ ରାୱତ ନବଜୋତ ସିଂ ସିଦ୍ଧୁଙ୍କ ବିଷୟରେ କହିଛନ୍ତି ଯେ ଆମେ ତାଙ୍କୁ ପଞ୍ଜାବ କଂଗ୍ରେସର ନେତୃତ୍ବ ଦେଇଛୁ, ଏହାର ଅର୍ଥ ନୁହେଁ ଯେ ଆମେ ପୂରା ଦଳର ଦାୟିତ୍ଵ ତାଙ୍କ ଉପରେ ନ୍ୟସ୍ତ କରିଦେଇଛୁ । କଂଗ୍ରେସର ଆହୁରି ବଡ ବଡ ନେତା ଅଛନ୍ତି ବୋଲି ରାଓ୍ବତ କହିଛନ୍ତି ।

Comments are closed.