ରାଜ୍ୟରେ ଆଉ ୮୪୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସ ଶ୍ରେଣୀରେ ୧୩୦ ସଂକ୍ରମିତ

ଭୁବନେଶ୍ୱର –ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ କୋରୋନା ଆକ୍ରାନ୍ତ । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାରା ରାଜ୍ୟରେ ସଙ୍ଗରୋଧରୁ ୪୯୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୫୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୩, କଟକରୁ ୧୧୫, ବାଲେଶ୍ୱରରୁ ୪୮, ଜଗତସିଂହପୁରରୁ ୪୨, ଯାଜପୁରରୁ ୪୨, ମୟୂରଭଞ୍ଜରୁ ୨୬, କେନ୍ଦ୍ରାପଡାରୁ ୨୪, ପୁରୀରୁ ୨୨, ସମ୍ବଲପୁରରୁ ୨୦, ନୟାଗଡରୁ ୧୯, ଅନୁଗୁଳରୁ ୧୯, ବରଗଡରୁ ୧୫, ସୁନ୍ଦରଗଡରୁ ୧୫, ଢେଙ୍କାନାଳରୁ ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେବଗଡ ଜିଲ୍ଲାରୁ ୯, ଭଦ୍ରକରୁ ୯, କେନ୍ଦୁଝରରୁ ୮, ଗଞ୍ଜାମରୁ ୬, କୋରାପୁଟରୁ ୫, କଳାହାଣ୍ଡିରୁ ୩, ରାୟଗଡାରୁ ୨, ମାଲକାନଗିରିରୁ ୨, ନୂଆପଡାରୁ ୧, ସୁବର୍ଣ୍ଣପୁରରୁ ୧, ଝାରସୁଗୁଡାରୁ ୧, ଗଜପତିରୁ ୧, କନ୍ଧମାଳରୁ ୧ ଓ ବୌଦ୍ଧରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗିର ଓ ନବରଙ୍ଗପୁରରୁ କୌଣସି ମାମଲା ରିପୋର୍ଟ ହୋଇନାହିଁ । ରାଜ୍ୟରେ ଏ ଯାଏ ମୋଟ ୧୦ ଲକ୍ଷ ୪ ହଜାର ୫୯ କୋରୋନା ପଜିଟିଭ ହୋଇଛନ୍ତି । ୯ ଲକ୍ଷ ୮୮ ହଜାର ୯୦ ଜଣ ସୁସ୍ଥ ହୋଇସାରିଛନ୍ତି । ୮ ହଜାର ୨୮୮ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.