ଏସିଆନ ଗେମ୍ସ ପାଇଁ ଭାରତୀୟ ମହିଳା ସମ୍ଭାବ୍ୟ ହକି ଦଳରେ ଓଡିଶାରୁ ୫ ଖେଳାଳି

ଭୁବନେଶ୍ୱର – ଆଗାମୀ ଏସିଆନ ଗେମ୍ସ ପାଇଁ ଭାରତୀୟ ମହିଳା ହକି ଦଳର ପ୍ରସ୍ତୁତି ଆରମ୍ଭ ହୋଇଛି। ଏସିଆନ ଗେମ୍ସ ପାଇଁ ଘୋଷିତ ୩୩ ଜଣିଆ ସମ୍ଭାବ୍ୟ କୋର୍ ଗ୍ରୁପରେ ଓଡ଼ିଶାର ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପଗ୍ରେସ ଏକ୍କା, ଜ୍ୟୋତି ଛତ୍ରୀ, ମାରିଆନା କୁଜୁର, ଅଜମିନା କୁଜୁର ଓ ସୁନେଲିତା ଟପ୍ପୋ। ଏସିଆନ ଗେମ୍ସ ପୂର୍ବରୁ ୩୩ ଜଣିଆ କୋର୍ ଗ୍ରୁପରେ ସ୍ଥାନିତ ଖେଳାଳିମାନେ ସିନିୟର ମହିଳା ହକି ପ୍ରଶିକ୍ଷଣ ଶିବିରରେ ଭାଗ ନେବେ । ଏହାପରେ ଚୂଡାନ୍ତ ଦଳ ଘୋଷଣା କରାଯିବ ।

Comments are closed.