ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ୩ ମୃତ, ୧ ଆହତ

ଉମରକୋଟ – ରାଜ୍ୟରେ ପୁଣି ଏକ ସଡକ ଦୁର୍ଘଟଣା । ନବରଙ୍ଗପୁର ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସିନୀ ଛକରେ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏକ କାର୍ ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇଯିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ନବରଙ୍ଗପୁରକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ଜଣାପଡ଼ିନାହିଁ। କାରରେ ଥିବା ଯାତ୍ରୀ ଜଗଦଲପୁରରୁ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ ବୋଲି ସୂଚନା ମିଳିଛି।

Comments are closed.