୧୫ ଚୋରି ବାଇକ୍ ଉଦ୍ଧାର, ୭ ଗିରଫ

ବରଗଡ଼: ପଦ୍ମପୁର-ବୁଡେନ ପୋଲିସକୁ ମିଳିଛି ବଡ ସଫଳତା । ବାଇକ ଚୋରି ଘଟଣାର ପର୍ଦାଫାସ କଲା ବେଡେନ ପୋଲିସ । ବୁଡେନ ଥାନା ଅନ୍ତର୍ଗତ ଦହିତା ଠାରେ ବାଇକ ଚୋରି ହୋଇଥିବା ବୁଡେନ ଥାନା ଠାରେ ଗତ ୩୦ ଜୁନରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ବୁଡେନ ପୋଲିସ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା ଏବଂ ସମୁଦାୟ ୧୫ ଗୋଟି ଚୋରା ବାଇକର ସନ୍ଧାନ ପାଇବା ସହ ଏଥିରେ ସଂପୃକ୍ତ ଥିବା ୭ ଜଣ ବାଇକ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଛି ବୁଡେନ ପୋଲିସ । ଅଭିଯୁକ୍ତ ମାନେ ହେଲେ ବୁଡେନ ଥାନା ଅନ୍ତର୍ଗତ ଦର୍ଲିଗୁଡା ଗାଁର ମିନକେତନ ପ୍ରଧାନ ଓ ଅଖିଳ ନାଗ, ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗାଁର ଚୁନୁଲାଲ ଅଗ୍ରୱାଲ, ଲରମ୍ଭା ଥାନା ଜୁରିଆ ଗାଁର ବିଜୁ ଭୁଏ,ଦିଲ୍ଲିପ ବାଗ,ଦିପକ ବାଗ,ଏବଂ ସୁଭେନ୍ଦୁ ମେହେର । ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।

Comments are closed.