ଓଟିପି ସେୟାରିଂ ମାମଲାରେ ମୁମ୍ବାଇ ଏଟିଏସର ଖୋଳତାଡ଼

ଭୁବନେଶ୍ବର – ବହୁଚର୍ଚ୍ଚିତ ଓଟିପି ସେୟାରିଂ ମାମଲାର ଖୋଳତାଡ଼ କରିବ ମୁମ୍ବାଇର ଆଣ୍ଟି ଟେରରିଷ୍ଟ ସ୍କ୍ବାଡ। ଏ ନେଇ ଭୁବନେଶ୍ବରରେ ପହଞ୍ଚିଛନ୍ତି ମୁମ୍ବାଇ ଏଟିଏସ୍ । ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଜେରା କରିବ ମୁମ୍ବାଇ ଏଟିଏସ୍ । ଜେରା ପରେପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାର ଲିଙ୍କ୍‌ ନେଇ ଅଧିକ ଖୁଲାସା ହେବା ସମ୍ଭାବନା ଅଛି।

ମୁମ୍ବାଇର ଅଭିଜିତ ସଞ୍ଜୟ ଜାମ୍ବୁରେକୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ଏସଟିଏଫ । ଅଭିଜିତ ଜରିଆରେ ହେଉଥିଲା ଆଇଏସଆଇ ଫଣ୍ଡିଂ । ଓଡ଼ିଶାର ପଠାଣି, ପ୍ରୀତମଙ୍କ ସମେତ ୪ ଅଭିଯୁକ୍ତ ପାଖକୁ ଆସିଥିଲା ଟଙ୍କା । ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ହେଉଥିଲା ଅପରେଟ । ୨୦୧୮ ଠାରୁ ପାକିସ୍ତାନ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଜିତ । ଏହି ମାମଲାରେ ଅଭିଜିତକୁ ମିଶାଇ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି ।

Comments are closed.