ସମ୍ବଲପୁର ପୋଲିସ କବଜାରେ ୬ ଦୁର୍ଦ୍ଧାନ୍ତ ଅପରାଧୀ 

ସମ୍ବଲପୁର – ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ୬ ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ବିପୁଳ ପରିମାଣର ବନ୍ଧୁକ ସହ ମାରଣାସ୍ତ୍ର ଜବତ ହୋଇଛି ।

ସୂଚନା ଅନୁଯାୟୀ, ସମ୍ବଲପୁରର ଧନୁପାଲି , ଠେଲକୋଇ, ଅଇଁଠାପାଲି ଏବଂ ବୁର୍ଲା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ପୋଲିସ ଏହି ଚଢାଉରେ ୮ ଟି ବନ୍ଧୁକ , ୨୨ଗୁଳି,ଗୋଟିଏ ଖଣ୍ଡା, ୩ଟି ଗାଡି ସହ ୧୧ ଲକ୍ଷ ୨୦ ହଜ଼ାର ଟଙ୍କା ଜବତ କରିଛି। ଜବତ ହୋଇଥିବା ବନ୍ଧୁକ ରାଜ୍ୟ ବାହାରୁ ଆସିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।

Comments are closed.