ଦୁର୍ଘଟଣାରୁ ମେମୁ ଟ୍ରେନ ବର୍ତ୍ତିବା ଘଟଣା : ପଚରାଉଚରା ପାଇଁ ନୀଳଗିରି ରୋଡ୍ ଷ୍ଟେସନ ମାଷ୍ଟରଙ୍କୁ ଡିଆରଏମଙ୍କ ସମନ

ଭୁବନେଶ୍ୱର – ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଭଦ୍ରକ-ବାଲେଶ୍ଵର ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା ଗଣମାଧ୍ୟମରେ ପ୍ରସାର ପରେ ପଚରାଉଚରା ପାଇଁ ନୀଳଗିରି ରୋଡ୍ ଷ୍ଟେସନ ମ୍ୟାନେଜର ସୁବାସ ସେଠୀଙ୍କୁ ଖଡ଼ଗପୁର ସମନ କରିଛନ୍ତି ଡିଆରଏମ।

ଟୋକନ୍ ପୋର୍ଟର ମହମ୍ମଦ ଶେଖ୍ ଖାଲିପ୍‌ଙ୍କୁ ମଧ୍ୟ ଖଡ଼ଗପୁର ଡକରା ହୋଇଛି। ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ୍ ପାଖରେ ଟଳିଥିଲା ଦୁର୍ଘଟଣା ।

ମେମୁ ଟ୍ରେନ୍ ବାଲେଶ୍ଵରରୁ ଭଦ୍ରକ ଆସୁଥିବାବେଳେ ଦୁର୍ଘଟଣା ଟଳିଥିଲା ଏମରଜେନ୍ସି ବ୍ରେକ୍ ଲଗାଇ ଟ୍ରେନ୍‌କୁ ପଛକୁ ନେଇଯାଇଥିଲେ ଲୋକୋ ପାଇଲଟ୍ ।

Comments are closed.