ଆସନ୍ତା ୨୩ରେ ହୀରାକୁଦରୁ ଛଡାଯିବ ବନ୍ୟା ଜଳ

ହୀରାକୁଦ -ଆସନ୍ତା ୨୩ ତାରିଖରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ। ଏନେଇ ଆଜି ନିଷ୍ପତ୍ତି ନିଆଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ତେଣୁ ବନ୍ୟା ଜଳ ନିଷ୍କାସନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଡ୍ୟାମ୍‌‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଜଳ ନିଷ୍କାସନ ପରେ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ଡ୍ୟାମ୍‌‌ କର୍ତ୍ତୃପକ୍ଷ ଆଗୁଆ ସତର୍କ କରିଛନ୍ତି।

Comments are closed.