ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି

ଭୁବନେଶ୍ୱର – ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ମାଲକାନଗିରି, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଯେ କୌଣସି ପରିସ୍ଥିତି ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର – ଏସଆରସି । ସବୁ ପରିସ୍ଥିତିର ମୁକାବିଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଫିଲ୍ଡ ଅଫିସରଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ କୁହାଯାଇଛି । ଦୁର୍ବଳ ଓ ବିପଦଜ୍ଜନକ ସ୍ଥାନଗୁଡିକର ତଦାରଖ ପାଇଁ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.