ରାଜ୍ୟରେ ଆଉ ୫-୬ ଦିନ ଯାଏଁ ବର୍ଷିବ : ଏସଆରସି

ଭୁବନେଶ୍ୱର – ରାଜ୍ୟରେ ଆଗାମୀ ୫ରୁ ୬ ଦିନ ଯାଏଁ ବର୍ଷା ହେବ । ଆସନ୍ତା ୨୬ କିମ୍ବା ୨୭ ତାରିଖ ଯାଏଁ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ସେ କହିଛନ୍ତି ଯେ, ଲଘୁଚାପ ସକ୍ରିୟ ଥିବାରୁ ଅନେକ ସ୍ଥାନରେ ବର୍ଷା ହେବ । ପଶ୍ଚିମ ଓଡ଼ିଶାରେ ଦିନେ ଦୁଇ ଦିନ ବର୍ଷା ଲାଗି ରହିବ । ଏହାପରେ ଉପକୂଳରେ ବର୍ଷିବ ବୋଲି ଏସଆରସି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,ଚାଷ ପାଇଁ ଭଲ ବର୍ଷା ହୋଇଛି । ପୁଣି ଭଲ ବର୍ଷା ହେଲେ ଚାଷ ପାଇଁ ଅନୁକୂଳ ହେବ । ହୀରାକୁଦ ଗେଟ୍ ଖୋଲିଲେ କୌଣସି ଅସୁବିଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି ।

Comments are closed.