ହୀରାକୁଦର ବନ୍ୟାଜଳ ନିଷ୍କାସନ ନେଇ ଡାକବାଜିରେ ସତର୍କ ସୂଚନା

ସମ୍ବଲପୁର: ଆସନ୍ତା ୨୩ ତାରିଖ ରବିବାର ସକାଳ ୯ଟାରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିପାଇଁ ଆଜି ସକାଳୁ ଡାକବାଜି ଯନ୍ତ୍ରରେ ପ୍ରଚାର ଆରମ୍ଭ ହୋଇଛି। ହୀରାକୁଦର ଗେଟ ଖୋଲିବା ଦ୍ବାରା ମହାନଦୀ ଓ ଏହାର ଶାଖା ନଦୀ ଗୁଡିକର ଜଳପତ୍ତନ ବଢିବ। ତେଣୁ ହୀରାକୁଦର ତଳମୁଣ୍ଡ ନଦୀ ଅଞ୍ଚଳକୁ ନ ଯିବାକୁ ବନ୍ଧ କର୍ତ୍ତୃପକ୍ଷ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରୁଛନ୍ତି। ଏଥିପାଇଁ କୌଣସି ଦୁର୍ଘଟଣା ଘଟିଲେ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସତର୍କ କରାଇଛନ୍ତି। ସେପଟେ ହୀରାକୁଦ ଜଳସ୍ତର ଦ୍ରୁତ ଗତିରେ ବଢିବାକୁ ଲାଗିଛି। କାଲି ସନ୍ଧ୍ୟାରେ ୬୧୧ ଫୁଟ ଥିବା ବେଳେ ଆଜି ମଧ୍ୟାହ୍ନ ୧୨ ଟା ବେଳକୁ ୬୧୩.୩୩ ଫୁଟରେ ପହଞ୍ଚିଲାଣି। ରବିବାର ସୁଦ୍ଧା ଜଳସ୍ତର ୬୧୬ ଫୁଟ ଟପିବାର ସମ୍ଭାବନା ରହିଛି।

Comments are closed.