ଗିଲାନୀଙ୍କ ମୃତଦେହ ଉପରେ ପାକିସ୍ତାନୀ ପତାକା ଘୋଡାଯିବା ନେଇ ମାମଲା ରୁଜୁ

ଶ୍ରୀନଗର: ବିଚ୍ଛିନ୍ନତାବାଦୀ ସଂଗଠନ ହୁରିୟାତ କନଫରେନ୍ସର ଚରମପନ୍ଥୀ ନେତା ସୟଦ ଅଲ୍ଲୀ ଶାହା ଗିଲାନୀଙ୍କ ମୃତଦେହ ପାକିସ୍ତାନୀ ପତାକାରେ ଆବୃତ ହୋଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ପାକିସ୍ତାନୀ ପତାକାରେ ଗିଲାନୀଙ୍କ ମୃତଦେହକୁ ଘୋଡାଇ ରଖିବା ଏବଂ ଭାରତ ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ ପୋଲିସ ନିଜଆଡୁ ଏଫଆଇଆର ରୁଜୁ କରିଛି।
ବେଆଇନ କାର୍ଯ୍ୟକଳାପ (ନିଷେଧ) ଆଇନ ଏବଂ ବିଭିନ୍ନ ଧାରା ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବଡଗାମ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ରିପୋର୍ଟ ଅନୁଯାୟୀ, ସେହି ସମୟରେ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲା। ପାକିସ୍ତାନୀ ପତାକା ଦେଖି ପୋଲିସ ମୃତଦେହକୁ ନିଜ ହେପାଜତକୁ ନେବାବେଳେ ସ୍ୱର୍ଗତ ବିଚ୍ଛିନ୍ନତାବାଦୀ ନେତାଙ୍କ ସହାୟକମାନେ ପତାକା ହଟାଇ ଦେଇଥିଲେ।

ସୟଦ ଅଲ୍ଲୀ ଶାହା ଗିଲାନିଙ୍କ ସେପ୍ଟେମ୍ବର ୨ରେ ଜାମ୍ମୁ କାଶ୍ମୀରର ଶ୍ରୀନଗର ସହରର ହାଇଦରପୋରା ବାସଭବନ ନିକଟରେ ଥିବା ଏକ ସ୍ଥାନୀୟ କବରସ୍ତାନରେ ଶେଷକୃତ୍ୟ ହୋଇଥିଲା। ସେପ୍ଟେମ୍ବର ୧ରେ ଗିଲାନିଙ୍କର ୯୨ ବର୍ଷ ବୟସରେ ହାଇଦରପୋରା ବାସଭବନରେ ମୃତ୍ୟୁ ହୋଇଥିଲା । ସେଠାରେ ସେ ୨୦୦୮ ମସିହାରୁ ଗୃହବନ୍ଦୀ ଥିଲେ ।

Comments are closed.