୮ ବର୍ଷ ଫେରାର ରହିବା ପରେ ନାରାୟଣପାଟଣାର ପୂର୍ବତନ ବିଡ଼ିଓଙ୍କୁ ଦିଲ୍ଲୀରୁ ଗିରଫ କଲା ଭିଜିଲାନ୍ସ

ନୂଆଦିଲ୍ଲୀ – ୭ଟି ଦୁର୍ନୀତି ମାମଲାରେ ଫସିଥିବା କୋରାପୁଟ ଜିଲ୍ଲା ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଶେଷରେ ନୂଆଦିଲ୍ଲୀରୁ ଆଜି ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ରମେଶ ୨୦୧୫ ମସିହାରୁ ଫେରାର ହୋଇଯାଇଥିଲେ। ଓଡ଼ିଶାରୁ ପଳାଇ ଯାଇ ଦିଲ୍ଲୀରେ ରହୁଥିଲେ ରମେଶ। ତାଙ୍କୁ ଦିଲ୍ଲୀରୁ ଗିରଫ କରି ଓଡ଼ିଶା ଆଣୁଛି ଭିଜିଲାନ୍ସ ଟିମ୍‌।

ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ନିଜ ଚାକିରି କାଳରେ ବହୁ ଦୁର୍ନୀତି ମାମଲାରେ ଫସିଥିଲେ। ସେ ବହୁ ଉନ୍ନୟନମୂଳକ କାମର ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ୭ଟି ପ୍ରକଳ୍ପରେ ସେ ୩୪ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି। ଅଙ୍ଗନବାଡି କେନ୍ଦ୍ର, ରାସ୍ତା ନିର୍ମାଣ, ଡାଇଭରସନ ରାସ୍ତା ସହ ଏନ୍ଆର୍ ଇଜିଏସ କାମରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି।

ଗିରଫଦାରୀ ଏଡ଼ାଇବା ପାଇଁ ରମେଶ ଦିଲ୍ଲୀ ଫେରାର ହୋଇ ଯାଇଥିଲେ। ସେବେଠୁ ତାଙ୍କୁ ଭିଜିଲାନ୍ସ ଖୋଜୁଥିଲା ।

Comments are closed.