କଲେଜରୁ ଫେରୁଥିଲେ ଛାତ୍ର, ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା ଜୀବନ

ବରଗଡ଼ : ପିକ୍‌ଅପ ଭ୍ୟାନ୍ ଧକ୍କାରେ କଲେଜ ଛାତ୍ର ମୃତ ଘଟିଛି । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଡୁଙ୍ଗୁରିଲଚଡ଼ା ଗାଁରେ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଛାତ୍ରଙ୍କ ନାମ ରୋହିତ ମାଝୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ , ରୋହିତ ଝାରବନ୍ଧ କଲେଜରୁ ପାଠ ପଢା ସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ପାଖରେ ଥିବା ପେଟ୍ରୋଲ ପମ୍ପରୁ ତେଲ ପକାଇ ବାହାରୁଥିବା ପିକ୍‌ଅପ୍ ଭ୍ୟାନ୍ କଲେଜ ସମ୍ମୁଖରେ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଛାତ୍ର ଜଣଙ୍କ ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲେ । ଏହାପରେ ସାଥୀ ଛାତ୍ରମାନେ ଘଟଣାସ୍ଥଳରୁ ରୋହିତଙ୍କ ଉଦ୍ଧାର କରି ଝାରବନ୍ଧ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.