ମନରେଗା ଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଙ୍କୀ – ଦୁର୍ନୀତି ଅଭିଯୋଗରେ ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବାଙ୍କୀ ଡମପଡା ଦୁଲଣାପୁର ପୂର୍ବତନ ସରପଞ୍ଚ ସୁନୀଲ ସାହୁଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।‌ ସୁନୀଲ ସାହୁ ମନରେଗା ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ ଆସିଛି । ମନରେଗା ଦୁର୍ନୀତି ନେଇ ତାଙ୍କ ବିରୋଧରେ ଲୋକାୟୁକ୍ତଙ୍କଠାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଭିଜିଲାନ୍ସ ଚଢ଼ାଉ ରହିଛି।

ତୁଳସୀପୁର ସ୍ଥିତ ପେଟ୍ରୋଲ ପମ୍ପରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଏ ନେଇ ବିସ୍ତୃତ ତଥ୍ୟକୁ ଅପେକ୍ଷା କରାଯାଇଛି।

Comments are closed.