ଯୁକ୍ତ ତିନିରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ମାର୍କ

ଭୁବନେଶ୍ୱର- ଯୁକ୍ତ ତିନିରେ ନାମଲେଖା ପାଇଁ ଆଜି ଦିନ ୧୧ଟାବେଳେ ପ୍ରକାଶ ପାଇବ କଟ୍ ଅଫ ମାର୍କ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆସନ୍ତା ୧୩ ତାରିଖରୁ ୧୬ ତାରିଖ ମଧ୍ୟରେ ନାମ ଲେଖାଇବା ପାଇଁ ଫି’ଦାଖଲ କରିପାରିବେ । ଏ ବର୍ଷ ୨ ଲକ୍ଷ ୬୦ ହଜାର ପିଲା ଯୁକ୍ତ ତିନିରେ ନାମଲେଖା ପାଇଁ ଆବେଦନ କରିଛନ୍ତି ।

ଏହିମାସ ୨୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ ମାର୍କ ପ୍ରକାଶ ପାଇବ । ସେପଟେମ୍ବର ୨୨ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ । ପରେ ବଳକା ସିଟ୍ ପୂରଣ ପାଇଁ ଜାରି କରାଯିବ ଗାଇଡଲାଇନ୍ । ଗୋଟିଏ କଲେଜରେ ନାମ ଲେଖାଇ ସାରିବା ପରେ ଯଦି ଅନ୍ୟ ପସନ୍ଦ କଲେଜକୁ ଯିବାକୁ ଚାହୁଁଛନ୍ତି, ତାହା ହେଲେ ଛାତ୍ରଛାତ୍ରୀମାନେ ସ୍ଲାଇଡ୍ ଅପ୍ ଫର୍ମ ପୂରଣ କରିବାକୁ ପଡିବ ।

Comments are closed.