ରାଜ୍ୟରେ ଆଉ ୭୭୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୧୭ ଶିଶୁ-କିଶୋର

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୭୧ ନୂଆ କୋରୋନା ଆକ୍ରାନ୍ତ । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ଶ୍ରେଣୀର ୧୧୭ ଜଣ ଅଛନ୍ତି । ଗତ ୨୪ ଘଣ୍ଟାରେ ସଙ୍ଗରୋଧରୁ ୪୪୮ ଓ ସ୍ଥାନୀୟ ଅଞ୍ଚଳରୁ ୩୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧, ବାଲେଶ୍ୱରରୁ ୪୧, ଯାଜପୁରରୁ ୩୪, ଜଗତସିଂହପୁରରୁ ୨୬, ପୁରୀରୁ ୨୧, ମୟୂରଭଞ୍ଜରୁ ୧୯, ସମ୍ବଲପୁରରୁ ୧୭, ଅନୁଗୁଳରୁ ୧୬, ଭଦ୍ରକରୁ ୧୫, କେନ୍ଦ୍ରାପଡାରୁ ୧୪, ସୁନ୍ଦରଗଡରୁ ୧୩, ଢେଙ୍କାନାଳରୁ ୧୨, ନୟାଗଡରୁ ୧୧, ରାୟଗଡାରୁ ୧୧, କୋରାପୁଟରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଝାରସୁଗୁଡା ଜିଲ୍ଲାରୁ ୯, କେନ୍ଦୁଝରରୁ ୫, ଦେବଗଡରୁ ୫, ଗଞ୍ଜାମରୁ ୪, ମାଲକାନଗିରିରୁ ୩, ନବରଙ୍ଗପୁରରୁ୩, ବରଗଡରୁ ୩, ବଲାଙ୍ଗିରରୁ ୨, କଳାହାଣ୍ଡିରୁ ୧,ନୂଆପଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର ଓ ଗଜପତି ଜିଲ୍ଲାରୁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।
ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୧୪ ହଜାର ୩୩୮ ଜଣ କୋରୋନା ପଜିଟିଭ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯ ଲକ୍ଷ ୯୯ ହଜାର ୧୬୫ ଜଣ ସୁସ୍ଥ ହୋଇସାରିଛନ୍ତି । ୭ ହଜାର ୪୨ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.