ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର – ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ସ୍ୱାଭାବିକ ହୋଇଛି । ବଡୁ-ପୂଜାପଣ୍ଡା ନିଯୋଗ ବିବାଦ ଯୋଗୁ ନୀତିକାନ୍ତି ବନ୍ଦ ରହିଥିଲା । ଖାଡା ଉପବାସରେ ରହିଥିଲେ ଶ୍ରୀଲିଙ୍ଗରାଜ । ଏ ନେଇ ଭକ୍ତଙ୍କ ମଧ୍ୟରେ ଚରମ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପଇତାଲାଗି ନୀତିକୁ ନେଇ ବଡୁ- ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ଦେଖାଦେଇଥିଲା । ଆଜି ସକାଳୁ ଶ୍ରୀଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ସ୍ୱାଭାବିକ ଭାବେ ଚାଲିଥିବା ସୂଚନା ମିଳିଛି।

Comments are closed.