ଏସିଆ କପ୍: ବାଂଲାଦେଶକୁ ହରାଇଲା ଶ୍ରୀଲଙ୍କା

ପାଲେକେଲ: ଯୁବ ପେସର ପାଥିରାନାଙ୍କ ଘାତକ ବୋଲିଂ ଓ ଚରିତ ଅସାଲଙ୍କାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ଗୁରୁବାର ଏସିଆ କପର ଦ୍ଵିତୀୟ ମ୍ୟାଚରେ ବାଂଲାଦେଶକୁ ୫ ଓ୍ବିକେଟରେ ହରାଇ ଅଭିଯାନ ଆରମ୍ଭ କରିଛି ।

ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିବାବେଳେ ୪୨.୪ ଓଭରରେ ୧୬୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ନଜମୁଲ ହୋସେନ ସାଣ୍ଟୋ ସର୍ବାଧିକ ୮୯ ରନ୍ କରିଥିଲେ । ଶ୍ରୀଲଙ୍କା ତରଫରୁ ମଥିସା ପାଥିରାନା ୩୨ ରନ ଦେଇ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ସ୍ପିନର ମହିଶା ତୀକ୍ଷାନା ୨ଟି ଓ୍ବିକେଟ୍ ହାସଲ କରିଥିଲେ । ଶ୍ରୀଲଙ୍କା ୧୬୫ ରନର ବିଜୟ ଲକ୍ଷ୍ୟକୁ ୩୯ ଓଭରରେ ହାସଲ କରିନେଇଥିଲା ।

ଦଳ ତରଫରୁ ଅସାଲଙ୍କା ଓ ସାଦିରା ସମରଓ୍ବିକ୍ରମା ଅର୍ଦ୍ଧଶତକ ହାସଲ କରିଥିଲେ। ଅସାଲଙ୍କା ୫ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୬୨ ରନ୍ କରିଥିବା ବେଳେ ସମରଓ୍ବିକ୍ରମା ୬ଟି ଚୌକା ସହ ୫୪ ରନ୍ କରିଥିଲେ । ଶ୍ରୀଲଙ୍କା ପେସ୍ ବୋଲର ପାଥିରାନା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

Comments are closed.