ଓଏସଏସସି ଜୁନିଅର ଇଞ୍ଜିନିୟର ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ – ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ – ଓଏସଏସସି ଜୁନିଅର ଇଞ୍ଜିନିୟର (ସିଭିଲ) ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ। ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡିଆଇଜି କିମ୍ବା ଉପର ସ୍ତରର ବରିଷ୍ଠ ପୋଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ସରକାରୀ ପ୍ରେସ ପରିବର୍ତ୍ତେ କୋଲକାତାର ଏକ ଘରୋଇ ପ୍ରେସରେ ପ୍ରଶ୍ନପତ୍ର ଛପାଯିବାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆନ୍ତଃରାଜ୍ୟ ରାକେଟର ସମ୍ପୃକ୍ତିର ତଦନ୍ତ ହେବ। ତେବେ ଓଏସଏସସି ପକ୍ଷରୁ ମେନ୍ ପରୀକ୍ଷା ଦେବାକୁ ବାରଣ କରାଯାଇଥିବା ୫୬ ଜଣ ପରୀକ୍ଷାର୍ଥୀଙ୍କୁ ଆଶ୍ୱସ୍ତି ମିଳିଛି ।ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଏହି ପ୍ରାର୍ଥୀମାନଙ୍କୁ ପରୀକ୍ଷାରେ ସାମିଲ କରିବାକୁ ଓଏସଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କିନ୍ତୁ କୋର୍ଟ କହିଛନ୍ତି ଯେ ଏହି ପ୍ରାର୍ଥୀମାନେ ପରୀକ୍ଷା ଦେଲେ ମଧ୍ୟ ମୂଳ ମାମଲାର ଫଳାଫଳ ଉପରେ ସେମାନଙ୍କ ନିଯୁକ୍ତି ନିର୍ଭର କରିବ ।

Comments are closed.