ସୋନପୁର ହଷ୍ଟେଲ ନିର୍ମାଣରେ ଅନିୟମିତତା ମାମଲା, ଠିକା କମ୍ପାନି ଅଫିସରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର – ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଙ୍କ ପାଇଁ ୪ଟି ହଷ୍ଟେଲ ବ୍ଲକ ନିର୍ମାଣରେ ଅନିୟମିତତା ଓ ଅର୍ଥ ହଡ଼ପ ମାମଲାରେ ଆଜି ଭିଜିଲାନ୍ସ ଭୁବନେଶ୍ବର ନୟାପଲ୍ଲୀ ଆଇଆରସି ଭିଲେଜ ସ୍ଥିତ ହିନ୍ଦୁସ୍ଥାନ ଷ୍ଟିଲ କନଷ୍ଟ୍ରକସନର ଅଫିସ ଓ କର୍ମଚାରୀଙ୍କ ଘରେ ଚଢାଉ କରିଛି । ବଲାଙ୍ଗୀର ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି । ହଷ୍ଟେଲ ନିର୍ମାଣରେ ନିମ୍ନମାନର କାମ ଓ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ହେଲା ପରେ କିଛି ଦିନ ତଳେ ଜଣେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଓ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

Comments are closed.