ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳକାର ଜଳସ୍ତର

ଜଳେଶ୍ଵର – ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ରହିଥିବା ବେଳେ ସକାଳ ୯ ଟା ସୁଦ୍ଧା ୬.୪୪ ମିଟର ଉପରେ ଥିଲା ଜଳସ୍ତର । ନଦୀର ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ନଦୀରେ ପାଣି ବଢିବା ସହିତ ବନ୍ୟା ଆସିବାର ଆଶଙ୍କା ରହିଛି। ଜଳକା ନଦୀର ଜଳସ୍ତର ବଢିବା ପରେ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ । ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର ବଢୁଛି । ଲଘୁଚାପ ସକ୍ରିୟ ଥିବାରୁ ଆହୁରି ଦୁଇଦିନ ବର୍ଷା ହେବ ବୋଲି ସୂଚନା ଥିବାରୁ ବନ୍ୟା ଆଶଙ୍କା କରାଯାଉଛି ।

Comments are closed.