ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ବାରିପଦା – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଜନସ୍ୱାସ୍ଥ୍ୟ ଡିଭିଜନ -୧ ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ରଘୁନାଥପୁରରେ ଥିବା ତିନି ମହଲା କୋଠା, ତାଳନ୍ଦାରେ ଥିବା ଦୁଇ ମହଲା କୋଠା ଓ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ସେହିପରି ମାଣିତ୍ରୀରେ ଥିବା ସଂପର୍କୀୟଙ୍କ ଘର ସମେତ ଅଫିସରେ ବି ଚଢ଼ାଉ ଚାଲିଛି । ଚଢ଼ାଉରେ ୨ ଏଏସପି, ୩ ଡିଏସପି, ୭ ଆଇଆଇସି, ଜଣେ ଏସଆଇ, ୭ ଏଏସଆଇ ସାମିଲ ହୋଇଛନ୍ତି ।

Comments are closed.