ଆଜି ପାଓ୍ବାରଙ୍କ ଘରେ ‘ଇଣ୍ଡିଆ’ ମେଣ୍ଟର ସମନ୍ୱୟ କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ: ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ୧୪ ସଦସ୍ୟ ବିଶିଷ୍ଟ ସମନ୍ୱୟ କମିଟିର ପ୍ରଥମ ବୈଠକ ଆଜି ଦିଲ୍ଲୀସ୍ଥିତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଅନୁଷ୍ଠିତ ହେବ। ସହଯୋଗୀ ଦଳମାନଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଓ ଲୋକସଭା ନିର୍ବାଚନ ପାଇଁ ରଣନୀତି ଉପରେ ଆଲୋଚନା ହେବା ସମ୍ଭାବନା ରହିଛି। ସୂଚନାନୁସାରେ, ବହୁ ବିରୋଧୀ ଦଳର ନେତା ଆସନ ଭାଗବଣ୍ଟା ଶୀଘ୍ର ଚୂଡ଼ାନ୍ତ କରିବାକୁ ଦାବି କରିଛନ୍ତି, ଯାହାଫଳରେ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇପାରିବ।

Comments are closed.