ହୀରାକୁଦର ଦୀର୍ଘ ଦିନ ପରେ ଦୁଇ ଗେଟ ଖୋଲିଲା, ଜଳସ୍ତର ୬୨୮.୨୩ ଫୁଟ

ସମ୍ବଲପୁର: ଦୀର୍ଘ ଦିନ ପରେ ଆଜି ହୀରାକୁଦ ନଦୀବନ୍ଧର ଦୁଇଟି ଗେଟ ଖୋଲିଛି। ସେପଟେ ଜଳସ୍ତର ୬୨୮. ୨୩ ଫୁଟରେ ପହଞ୍ଚିଛି।

ହୀରାକୁଦ ଜଳସ୍ତର ଦୁଇ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଧରି ନିଅଣ୍ଟିଆ ସ୍ଥିତିରେ ଥିଲା। ସପ୍ତାହେ ତଳେ ୬୨୮ ଫୁଟ ରହିବା ଜାଗାରେ ୬୨୦ ଫୁଟ ଥିଲା। ଏଭଳି ସ୍ଥିତିରେ ଉପରମୁଣ୍ଡରୁ କ୍ରମାଗତ ଲକ୍ଷାଧିକ କ୍ୟୁସେକ ପାଣି ଆସିବା ଦ୍ବାରା ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା। ଆଉ ଆଜି ଏହା ୬୨୮ ଫୁଟ ଅତିକ୍ରମ କରିଥିଲା। ଏଭଳି ସ୍ଥିତିରେ ଉପରମୁଣ୍ଡରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସେପଟେ ଆଜି ବି ଜଳଭଣ୍ଡାରକୁ ୭୫ ହଜାର କ୍ୟୁସେକରୁ ଅଧିକ ଜଳ ପ୍ରବେଶ କରୁଛି। ଫଳରେ ସ୍ଥିତିକୁ ଦେଖି କର୍ତ୍ତୃପକ୍ଷ ଦୀର୍ଘ ଦିନ ପରେ ପୁଣି ଦୁଇଟି ଗେଟ ଖୋଲିଛନ୍ତି।

Comments are closed.