ସଂସଦର ସ୍ୱତନ୍ତ୍ର ଅଧିବେଶନ‌ ପୂର୍ବରୁ ସେପ୍ଟେମ୍ବର ୧୭ରେ ସର୍ବଦଳୀୟ ବୈଠକ ଡାକିଲେ ସରକାର

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନର ଦିନକ ପୂର୍ବରୁ ସେପ୍ଟେମ୍ବର ୧୭ରେ ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ବୈଠକ ସମ୍ପର୍କରେ ଏକ୍ସରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ସର୍ବଦଳୀୟ ବୈଠକ ବାବଦରେ ସମସ୍ତ ସଂପୃକ୍ତ ନେତାଙ୍କୁ ଇମେଲ ମାଧ୍ୟମରେ ସୂଚନା ଦିଆଯାଇଛି। ଏହା ପରେ ସେମାନଙ୍କୁ ଚିଠି ମଧ୍ୟ ପଠାଯିବ |

ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ମାସରେ ଶେଷ ହୋଇଥିଲା। ତେବେ ବିଜେପି ସରକାର ହଠାତ୍ ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ପାଞ୍ଚ ଦିନ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି।

ସଂସଦର ଏହି ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିରୋଧୀ ଲଗାତାର ଏନେଇ ପ୍ରଶ୍ନ ଉଠାଇଛି ।

Comments are closed.