ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ବାଚସ୍ପତି ପ୍ରାର୍ଥୀ ପ୍ରମିଳା ମଲ୍ଲିକ 

ଭୁବନେଶ୍ୱର – ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶାସକ ବିଜେଡିର ବାଚସ୍ପତି ପ୍ରାର୍ଥୀ ଘୋଷିତ ହେଲା ପରେ ଆଜି ନାମାଙ୍କନ ଦାଖଲ କରିବେ । ପ୍ରମିଳା ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବା ନିଶ୍ଚିତ । ଗତକାଲି ବିଞ୍ଝାରପୁର ବିଧାୟିକାଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେଡି । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ। ଆସନ୍ତାକାଲି ହିଁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି।

ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ ହେବା ପରେ ବାଚସ୍ପତି ପଦ ଖାଲି ପଡିଛି । ବିଜେଡିର ପଞ୍ଚମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି।

Comments are closed.