ଆସନ୍ତା ୨୪ରୁ ଚାଲିବ ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ 

ଭୁବନେଶ୍ୱର – ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଚାଲିବ ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ। ଦକ୍ଷିଣପୂର୍ବ ରେଳପଥ ପକ୍ଷରୁ ନେଇ ସୂଚନା ଦିଆଯାଇଛି।

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହକୁ ୬ ଦିନ ଚଳାଚଳ କରିବ। ଏହି ସେମି ହାଇସ୍ପିଡ୍ ଟ୍ରେନ ସକାଳ ୫ଟାରୁ ପୁରୀ ଷ୍ଟେସନରୁ ଛାଡି ଦିନ ୧୨ଟା ୪୫ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ଫେରିବା ବେଳେ ଟ୍ରେନ ଅପରାହ୍ନ ୨ଟା ୧୦ରେ ରାଉଲକେଲା ଛାଡ଼ିବ ଓ ରାତି ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ। ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ସିଟି ଓ ଝାରସୁଗୁଡା ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ରହଣି କରିବ।

ଗତକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ପୂର୍ଣ୍ଣ ଟ୍ରାଏଲ ରନ୍ ହୋଇଥିଲା।

Comments are closed.