ଭିଜିଲାନ୍ସ କବଜାରେ ଲାଞ୍ଚୁଆ ଜିଆରଏସ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ପଞ୍ଚାୟତ ଗ୍ରାମ ରୋଜଗାର ସେବକ – ଜିଆରଏସ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ମାଛକୁଟା ପଞ୍ଚାୟତ ଜିଆରଏସ ଯଦୁମଣି ମାଝୀ ପିଏମ୍ ଆବାସ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ୍‌ ସହ ବୋନସ ଅର୍ଥ ଦେବା ପାଇଁ ପୋଡ଼ପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଯଦୁମଣି ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ଣ୍ଣଚନ୍ଦ୍ର ଲାଞ୍ଚ ନ ଦେବାରୁ ତାଙ୍କ କାମ ହେଉନଥିଲା । ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର। ଆଜି ଭିଜିଲାନ୍ସର ପୂର୍ବ ଯୋଜନା ଅନୁସାରେ ୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଜିଆରଏସ ଯଦୁମଣିଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

Comments are closed.