କିମ୍ବଦନ୍ତୀ କୃଷି ବୈଜ୍ଞାନିକ ଓ ସବୁଜ ବିପ୍ଳବର ଜନକ ଏମ.ଏସ ସ୍ୱାମୀନାଥନଙ୍କ ଦେହାନ୍ତ

ଚେନ୍ନାଇ – କିମ୍ବଦନ୍ତୀ କୃଷି ବୈଜ୍ଞାନିକ ଓ ଭାରତରେ ‘ସବୁଜ ବିପ୍ଲବ’ର ଜନକ ଏମ୍. ଏସ. ସ୍ୱାମୀନାଥନଙ୍କ ଦେହାନ୍ତ ହୋଇଯାଇଛି । ୯୮ ବର୍ଷ ବୟସରେ ଚେନ୍ନାଇରେ ଆଖି ବୁଜିଛନ୍ତି ଏହି ମହାନ କୃଷି ବୈଜ୍ଞାନିକ। କୃଷକମାନଙ୍କ ପାଇଁ ଉଚ୍ଚ ଅମଳକ୍ଷମ କିସମର ଧାନ ବିକଶିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ସ୍ୱାମୀନାଥନ ।ଏହା ଭାରତର ନିମ୍ନ ଆୟକାରୀ କୃଷକମାନଙ୍କୁ ସୁହାଇଥିଲା । ୧୯୮୭ ମସିହାରେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର ସ୍ୱାମୀନାଥନଙ୍କୁ ଦିଆଯାଇଥିଲା । ଏହାପରେ ସେ ଚେନ୍ନାଇରେ ଏମ୍. ଏସ ସ୍ୱାମୀନାଥନ ଗବେଷକ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ । ୧୯୭୧ରେ ତାଙ୍କୁ ରମନ ମାଗାସେସେ ସମ୍ମାନ ଦିଆଯାଇଥିଲା । ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ବି ସ୍ୱାମୀନାଥନ ସମ୍ମାନିତ ହୋଇଛନ୍ତି।

Comments are closed.