ସ୍ୱର୍ଣ୍ଣ ବିଜୟୀ ଭାରତୀୟ ୫୦ ମିଟର ଏୟାର ରାଇଫଲ ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ 

ଭୁବନେଶ୍ୱର – ଏସୀୟ କ୍ରୀଡାର ପୁରୁଷ ୫୦ ମିଟର ଏୟାର ରାଇଫଲ ଥ୍ରୀପି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସୁଟର ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର, ସ୍ୱପ୍ନିଲ କୁଶାଲେ ଓ ଅଖିଲ ଶେରାଓନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ରୀଡା କ୍ୟାରିୟରରେ ସେମାନେ ଆହୁରି ନୂଆ ସୋପାନ ଚଢି ଦେଶକୁ ଗର୍ବିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି। ସେମାନଙ୍କ ଭବିଷ୍ୟତର ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.