ଭିଜିଲାନ୍ସ କବଜାରେ ଲାଞ୍ଚୁଆ ସହକାରୀ ଯନ୍ତ୍ରୀ

ରାୟଗଡ଼ା – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ଯନ୍ତ୍ରୀ। ରାୟଗଡ଼ା ଜନସ୍ୱାସ୍ଥ୍ୟ ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ( ଏଷ୍ଟିମେଟର ) ରମାକାନ୍ତ ମଲ୍ଲିକ ଜଣେ ଅଭିଯୋଗକାରୀ ( ଜଣେ ଠିକାଦାରଙ୍କ ସମ୍ପର୍କୀୟ)ଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଜନସ୍ୱାସ୍ଥ୍ୟ ବିଭାଗର ଦୁଇଟି ନିର୍ମାଣ କାର୍ଯ୍ୟ ପାଇଁ ଠିକାଦାର ଓ କାର୍ଯ୍ୟନିର୍ବାହୀ ଇଞ୍ଜିନିୟରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ସମ୍ପର୍କିତ ଫାଇଲ ପ୍ରୋସେସିଂ ପାଇଁ ଲାଞ୍ଚ ମାଗିଥିଲେ ସହକାରୀ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ। ଏ ନେଇ ଠିକାଦାର ଜଣକ ଅଭିଯୋଗ କରିବା ପରେ ସହକାରୀ ଯନ୍ତ୍ରୀଙ୍କୁ ଧରିବା ପାଇଁ ଜାଲ ବିଛେଇଥିଲା ଭିଜିଲାନ୍ସ। ସହକାରୀ ଯନ୍ତ୍ରୀଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କର ୩ଟି ଠିକଣାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚଢ଼ାଉ କରିଛି ଭିଜିଲାନ୍ସ।

Comments are closed.