ଏସୀୟ କ୍ରୀଡ଼ା: ଆଥଲେଟିକ୍ସରେ ଭାରତକୁ ପ୍ରଥମ ପଦକ ଦେଲେ କିରଣ

ହାଙ୍ଗଝୋ: ଚଳିତ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ଆଥଲେଟିକ୍ସ ପଦକ ଆଣିଛନ୍ତି କିରଣ ବାଲିଆନ। ଶୁକ୍ରବାର ମହିଳା ସଟ୍ ପୁଟ୍ ଇଭେଣ୍ଟରେ କିରଣ ବ୍ରୋଞ୍ଜ ପଦକ ଜିତି ହାଙ୍ଗଝୋ ଏସୀୟ କ୍ରୀଡ଼ାର ଆଥଲେଟିକ୍ସରେ ଭାରତର ପଦକ ଖାତା ଖୋଲିଛନ୍ତି ।

ଏସୀୟ କ୍ରୀଡ଼ାର ଆଥଲେଟିକ୍ସ ଇଭେଣ୍ଟମାନ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ୨୪ ବର୍ଷୀୟା କିରଣ ମହିଳା ସଟ୍ ପୁଟରେ ନିଜର ତୃତୀୟ ପ୍ରୟାସରେ ୧୭.୩୬ ମିଟର ଥ୍ରୋ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି ।

କିରଣ ସେପ୍ଟେମ୍ବର ୧୦ରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଣ୍ଡ ପ୍ରି-୫ରେ ୧୭.୯୨ ମିଟର ସହ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଯାହା ମଧ୍ୟ ଚଳିତ ସିଜନରେ ଓ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ।

Comments are closed.