ଶ୍ରୀମନ୍ଦିରରେ ଇନ୍ଦ୍ରଗୋବିନ୍ଦ ବନ୍ଦାପନା

ଭାଦ୍ରବ ପୂର୍ଣ୍ଣିମା ଯାହାକି ଇନ୍ଦୁ ପୂର୍ଣ୍ଣିମା ନାମରେ ସୁପରିଚିତ। ଏହିଦିନ ସନ୍ଧ୍ୟା ଆଳତି ବେଶରେ ମହାପ୍ରଭୁଙ୍କୁ ଖଣ୍ଡିଏ ମାଳ ଲାଗିଥାଏ। ଦକ୍ଷିଣୀ ଘର ଭୋଗ ସରିବା ପରେ ଛାମୁ ଦିହୁଡ଼ି ସହ ଦୋଳଗୋବିନ୍ଦ ଙ୍କୁ ମହାଜନ ସେବକ ହସ୍ତରେ ବିଜେ କରାଇ ଭିତର ସିଂହାସନ ଉପରେ ରଖିଥିଲେ।

ଏହାପରେ ପୂଜାପଣ୍ଡା ଦୋଳଗୋବିନ୍ଦଙ୍କୁ ଆଜ୍ଞାମାଳ ପ୍ରଦାନ କରିବାପରେ ମହାଜନ ସେବକ ଦୋଳ ଗୋବିନ୍ଦ ଙ୍କୁ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ଏହାପରେ ବିମାନବଡୁ ସେବକ ଉକ୍ତ ପାଲିଙ୍କିଟିକୁ ଘଣ୍ଟ , ଛତ୍ର , କାହାଳୀ ସହ ବଡ଼ ଛତା ମଠ ନିକଟରେ ଥିବା ଟିକିରା ଗୋହିରୀ ନିକଟକୁ ନେଇଥିଲେ।

ଏହି ଦିନ ବାସେଲି ସାହି ରୁ ଇନ୍ଦ୍ର ହାତୀ ଆସିଥାଏ। ଶୀତଳ ଭୋଗ ହେବା ପରେ ଭିତରଚ୍ଛ ମହାପାତ୍ର ଇନ୍ଦ୍ର , ଚନ୍ଦ୍ର , ଗୋବିନ୍ଦଙ୍କୁ ବନ୍ଦାପନା କରିଥିଲେ। ବନ୍ଦାପନା ପରେ ଦିଅଁ ଦେଉଳକୁ ବାହୁଡା ବିଜେ କରିବା ପରେ ଅନ୍ୟାନ୍ୟ ଦୈନିକ ନୀତି ବଢିଥିଲା।

Comments are closed.