ବ୍ରହ୍ମପୁରର ପୂର୍ବତନ ମେୟରଙ୍କ କାର୍ ଉପରକୁ ବୋମାମାଡ

ବ୍ରହ୍ମପୁର – ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରେ ଗତରାତିରେ ଆକ୍ରମଣ ହୋଇଛି । ଶିବ ଶଙ୍କର ଓରଫ ପିଣ୍ଟୁ ଦାସଙ୍କ କାର ଉପରକୁ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ବୋମାମାଡ ହୋଇଛି। ଘରକୁ ଫେରୁଥିବା ବେଳେ ଗୋଷାଣୀ ନୂଆଗାଁ ବଡ଼ ସାହି ନିକଟରେ କିଛି ଯୁବକ ତାଙ୍କ ଗାଡ଼ି ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲେ । ବୋମାମାଡରେ କାର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ପିଣ୍ଟୁଙ୍କ କିଛି କ୍ଷତି ହୋଇନାହିଁ ।

ପୂର୍ବ ଶତ୍ରୁତାରୁ ପୂର୍ବତନ ମେୟରଙ୍କ ଉପରକୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ପିଣ୍ଟୁଙ୍କ ଏତଲା ଭିତ୍ତିରେ ଗୋଷାଣୀ ନୂଆଗାଁ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ୩-୪ ଜଣ ଦୁର୍ବୃତ୍ତ ବୋମାମାଡ କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

Comments are closed.