ମହାରାଷ୍ଟ୍ର: ସରକାରୀ ଡାକ୍ତରଖାନାରେ ୨୪ ଘଣ୍ଟାରେ ୧୨ ନବଜାତଙ୍କ ସହ ୨୪ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ : ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରର ନାନ୍ଦେଡ ସରକାରୀ ଡାକ୍ତରଖାନାରେ ୨୪ ରୋଗୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୧୨ ନବଜାତ ଶିଶୁ ଅଛନ୍ତି | ଠିକ୍ ସମୟରେ ଔଷଧ ଦିଆ ନ ଯିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ ହସ୍ପିଟାଲର ଡିନ୍ ଏସ.ଆର ୱାକୋଡେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ୱାକୋଡ କହିଛନ୍ତି ଯେ ଔଷଧର ଅଭାବ ରହିଛି । କିନ୍ତୁ ଜରୁରୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀଙ୍କ ଲାଗି ପର୍ଯ୍ୟାପ୍ତ ଔଷଧ ଉପଲବ୍ଧ ଅଛି।

ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଔଷଧର ଅଭାବ ଦେଖାଦେଇଥିବା ଅଭିଯୋଗ ହେଉଛି ।

ନାନ୍ଦେଡ ସରକାରୀ ଡାକ୍ତରଖାନାରେ ୨୪ ରୋଗୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣା ନେଇ ରାଜ୍ୟ ସରକାରକୁ ଘେରିଛନ୍ତି ବିରୋଧୀ ।

Comments are closed.