ଦିଲ୍ଲୀ ସହ ଉତ୍ତର ଭାରତରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ:ଦିଲ୍ଲୀ-ଏନସିଆର ସହ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଙ୍ଗଳବାର ଅପରାହ୍ନ ୨.୫୩ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା | ଏହାର କେନ୍ଦ୍ରସ୍ଥଳ ଥିଲା ନେପାଳ | ଭୂକମ୍ପ ଯୋଗୁଁ ଉତ୍ତର ଭାରତରେ ଅଧିକାଂଶ ସ୍ଥାନରେ ଲୋକେ ଭୟରେ ଘର ବାହାରକୁ ପଳାଇ ଆସିଥିଲେ ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁଯାୟୀ ଏହି ଭୂକମ୍ପ ୧୧.୦୬ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁଁ କୌଣସି ଧନଜୀବନ ହାନି ନେଇ ସୂଚନା ନାହିଁ ।

Comments are closed.