ସିକ୍କିମ ବନ୍ୟାରେ ୧୪ ମୃତ, ନିଖୋଜ ୨୨ ଯବାନଙ୍କ ପତ୍ତା ମିଳୁନି

ଗ୍ୟାଙ୍ଗଟକ୍: ଉତ୍ତର ସିକ୍କିମର ଲୋନାକ ହ୍ରଦରେ ବାଦଲ ଫାଟିବା ଯୋଗୁଁ ତୀସ୍ତା ନଦୀରେ ଆସିଥିବା ବନ୍ୟାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବନ୍ୟାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ନିଖୋଜ ଅଛନ୍ତି । ବନ୍ୟାରେ ପ୍ରାଣ ହରାଇଥିବା ସମସ୍ତେ ସାଧାରଣ ନାଗରିକ ବୋଲି ଜଣାପଡିଛି । ତେବେ ବନ୍ୟାରେ ଭାସିଯାଇ ନିଖୋଜ ଥିବା ୨୩ ଜଣ ସେନା କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଉ ୨୨ ଯବାନଙ୍କ ଏବେ ବି ପତ୍ତା ମିଳି ନାହିଁ ।

ଚୁଙ୍ଗଥାଙ୍ଗ ଡ୍ୟାମରୁ ପାଣି ଛଡାଯିବା କାରଣରୁ ସିକ୍କିମରେ ବନ୍ୟା ପରିସ୍ଥିତି ଆହୁରି ବିଗିଡ଼ି ଯାଇଛି। ସିକ୍କିମ ମୁଖ୍ୟ ସଚିବ ଭି ବି ପାଠକ କହିଛନ୍ତି ଯେ ଦେଶର ବିଭିନ୍ନ ପ୍ରାନ୍ତରୁ ୩୦୦୦ ରୁ ଅଧିକ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ବନ୍ୟା ଯୋଗୁଁ ୧୪ଟି ସେତୁ ମଧ୍ୟ ଭାଙ୍ଗିଯାଇଥିବା ସେ କହିଛନ୍ତି ।

Comments are closed.