ବିହାରରେ ଜାତିଗତ ଜନଗଣନା ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିହାର ଜାତିଗତ ଜନଗଣନା ତଥ୍ୟ ପ୍ରକାଶ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, ‘ଆମେ ବିହାର ସରକାର କିମ୍ବା କୌଣସି ସରକାରଙ୍କୁ ନୀତିଗତ ନିଷ୍ପତ୍ତି ନେବାକୁ ଅଟକାଇ ପାରିବୁ ନାହିଁ। ଏହା ଭୁଲ୍ ହେବ | ଏଥିସହ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସଭିଏନ ଭଟ୍ଟୀଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଖଣ୍ଡପୀଠ ବିହାର ସରକାରଙ୍କୁ ନୋଟିସ୍ ବି ଜାରି କରିଛନ୍ତି । ନିକଟରେ ବିହାର ସରକାର ରାଜ୍ୟରେ ହୋଇଥିବା ଜାତିଗତ ଜନଗଣନାର ତଥ୍ୟ ପ୍ରକାଶ କରିଥିଲେ । ଅଗଷ୍ଟ ୨ରେ ପାଟନା ହାଇକୋର୍ଟ ବିହାର ସରକାରଙ୍କ ଜାତି ଭିତ୍ତିକ ସର୍ଭେ ନିଷ୍ପତ୍ତିକୁ କାଏମ ରଖିଥିଲେ ।

Comments are closed.