ଏସିଆନ ଗେମ୍ସରେ ଭାରତର ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କା ଅର୍ଥ ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର – ଏସୀୟ କ୍ରୀଡା ହକିରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କା ଅର୍ଥ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଭାରତୀୟ ଦଳ ଚାମ୍ପିୟନ ହେବାରେ ଡିଫେଣ୍ଡର ଅମିତ ରୋହିଦାସ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଫାଇନାଲରେ ମଧ୍ୟ ଜାପାନ ବିପକ୍ଷରେ ସେ ଏକ ଗୋଲ୍ ସ୍କୋର କରିଥିଲେ। ଅମିତ ରୋହିଦାସଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଅମିତ ରୋହିଦାସ କେବଳ ଓଡ଼ିଶାର ନୁହେଁ, ସାରା ଭାରତର ଯୁବକଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଅମିତ ରୋହିଦାସ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ମଧ୍ୟ ସଦସ୍ୟ ଥିଲେ । ସେ ୧୫୦ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିସାରିଲେଣି ।

Comments are closed.