ଗୀତା ଉପଦେଶ : ଯେଉଁମାନେ ଶାସ୍ତ୍ର ଉପରେ ବିଶ୍ୱାସ ନ କରି କର୍ମ କରନ୍ତି, ଏହି ଜନ୍ମରେ ସେମାନେ ଉତ୍ତମ ଫଳ ପ୍ରାପ୍ତ କରନ୍ତି ନାହିଁ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି :

ଅଶ୍ରଦ୍ଧୟା ହୁତଂ ଦତ୍ତଂ ତପସ୍ତପ୍ତଂ କୃତଂ ଚ ଯତ୍। ଅସଦିତ୍ୟୁଚ୍ୟତେ ପାର୍ଥ ନ ଚ ତତ୍‌ପ୍ରେତ୍ୟ ନୋ ଇହ।

ଅର୍ଥାତ ସମସ୍ତ ବୈଦିକ କର୍ମ ଶ୍ରଦ୍ଧାଯୁକ୍ତ ହୋଇ ସମ୍ପନ୍ନ କରିବା ଉଚିତ, ଏହାକୁ ପ୍ରତିପାଦିତ କରିବାକୁ ଯାଇ ଶ୍ରୀକୃଷ୍ଣ ବତ୍ତର୍ମାନ ଶ୍ରଦ୍ଧା ରହିତ ବୈଦିକ କର୍ମର ବ୍ୟର୍ଥତା ଉପରେ ଗୁରୁତ୍ୱ ଦେଉଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ଶାସ୍ତ୍ର ଉପରେ ବିଶ୍ୱାସ ନ କରି କର୍ମ କରନ୍ତି, ଏହି ଜନ୍ମରେ ସେମାନେ ଉତ୍ତମ ଫଳ ପ୍ରାପ୍ତ କରନ୍ତି ନାହିଁ, କାରଣ ସେମାନଙ୍କର କର୍ମ ସବୁ ଠିକ୍ ଭାବରେ ସମ୍ପାଦିତ ହୋଇ ନ ଥାଏ । ଯେହେତୁ ସେଗୁଡ଼ିକ ବେଦଶାସ୍ତ୍ରର ସର୍ତ୍ତ ପୂରଣ କରନ୍ତି ନାହିଁ, ସେମାନେ ପର ଜନ୍ମରେ ମଧ୍ୟ ତା’ର ଫଳ ପାଇ ନ ଥାନ୍ତି । ତେଣୁ ଜଣଙ୍କର ଶ୍ରଦ୍ଧା ତାଙ୍କ ନିଜସ୍ୱ ମନ ଓ ବୁଦ୍ଧିର ସିଦ୍ଧାନ୍ତ ଉପରେ ଆଧାରିତ ହେବା ଉଚିତ ନୁହେଁ । ତା ପରିବର୍ତ୍ତେ ଏହା ଶାସ୍ତ୍ର ଏବଂ ଗୁରୁଙ୍କର ଅକାଟ୍ୟ ଅଧିକାରୀତ୍ୱ ଉପରେ ଆଧାରିତ ହେବା ଉଚିତ । ଏହା ସପ୍ତଦଶ ଅଧ୍ୟାୟର ସାରମର୍ମ ଅଟେ

Comments are closed.